Vijay Diwas (16th December) | ଭାରତର ବିଜୟ ଦିବସ

Vijay Diwas (16th December): ପ୍ରତ୍ୟେକ ଦେଶର ଇତିହାସରେ କିଛି ନା କିଛି ସ୍ମରଣୀୟ ଦିବସ ଥାଏ ଯାହାକୁ ଦେଶବାସୀ ମାନେ ମନେ ପକାନ୍ତି ଆଉ ଗର୍ବ ଅନୁଭବ ମଧ୍ୟ କରନ୍ତି। ଆମେ ଭାରତୀୟ ମାନଙ୍କର ମଧ୍ୟ ଏମିତି ବହୁତ ସ୍ମରଣୀୟ ଦିବସ ଅଛି ଯାହା ପାଇଁ ଆମେ ବି ଗର୍ବ ଅନୁଭବ କରୁ।

ବିଜୟ ଦିବସ ମଧ୍ୟ ସେଥି ମଧ୍ୟରୁ ଏକ ସ୍ମରଣୀୟ ଦିବସ ଯାହାକୁ ଆଧୁନିକ ଭାରତର ସ୍ମରଣୀୟ ଦିବସ ଭାବରେ ଗ୍ରହଣ କରାଯାଏ। 16 ଡ଼ିସେମ୍ବର କୁ ଭାରତରେ ବିଜୟ ଦିବସ ଭାବେ ପାଳନ କରାଯାଏ। 1971 ମସିହାରେ ଏହି ଦିନ ଭାରତ ପାକିସ୍ତାନ ସହ ହୋଇଥିବା ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ବିଜୟୀ ହୋଇଥିଲା।

ଯୁଦ୍ଧର କାରଣ ଏବଂ ଫଳାଫଳ

1971 ମସିହାରେ ବାଂଲାଦେଶ ସ୍ୱାଧୀନତା ସଂଗ୍ରାମ ସମୟରେ ପାକିସ୍ତାନ ସେନାଙ୍କର ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ପ୍ରାୟ 1 କୋଟି ବାଂଲାଦେଶୀ ପୂର୍ବ ଭାରତରେ ଥିବା ସେମାନଙ୍କ ପଡ଼ୋଶୀ ରାଜ୍ୟ ଗୁଡ଼ିକରେ ଶରଣ ନେବା ପାଇଁ ଆସିଥିଲେ।

ଏହି ବଙ୍ଗୀୟ ଶରଣାର୍ଥୀଙ୍କ ଆଶ୍ରୟ ଦେବା ପାଇଁ ଭାରତ ସରକାର ପୂର୍ବରେ ଥିବା ଭାରତ-ପାକିସ୍ତାନ ସୀମା କୁ ଖୋଲି ଦେଇଥିଲେ। ପଶ୍ଚିମବଙ୍ଗ, ବିହାର, ଆସାମ, ମେଘାଳୟ ଏବଂ ତ୍ରିପୁରା ସରକାର ଶରଣାର୍ଥୀ ମାନଙ୍କ ପାଇଁ ଶିବିର ପ୍ରତିଷ୍ଠା କରି ଶରଣ ଦେଇଥିଲେ।

ଏହି ଅତ୍ୟାଚାର ବିଷୟରେ ଭାରତ ଅନ୍ୟାନ୍ୟ ଦେଶ ମାନଙ୍କୁ ଜଣାଇ ସେମାନଙ୍କ ସହଯୋଗ ଲୋଡ଼ି ଥିଲା, ହେଲେ କୌଣସି ଦେଶ ସାହାଯ୍ୟ କରିବାକୁ ମନା କରିଦେଇଥିଲେ।

27 ମାର୍ଚ୍ଚ 1971 ରେ ପ୍ରଧାନ ମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ପୂର୍ବ ପାକିସ୍ତାନକୁ ସ୍ୱାଧୀନତା ଦେବାକୁ ଏବଂ ଶରଣାର୍ଥୀଙ୍କୁ ରକ୍ଷା କରିବା ପାଇଁ ପାକିସ୍ତାନ ସହ ଯୁଦ୍ଧ କରିବାକୁ ନିଷ୍ପତି ନେଇ ଥିଲେ।

3 ଡ଼ିସେମ୍ବର 1971 ରେ ପାକିସ୍ତାନ ପକ୍ଷରୁ ପ୍ରାଥମିକ ଯୁଦ୍ଧ ଘୋଷଣା କର ଯାଇଥିଲା। ଏହି ଦିନ ସନ୍ଧ୍ୟା ପ୍ରାୟ ଅପରାହ୍ନ 5:40 ରେ, ଭାରତର ଉତ୍ତର-ପଶ୍ଚିମରେ ଅବସ୍ଥିତ ଏୟାରଫିଲ୍ଡ ସ୍ଥାନ ଉପରେ ପାକିସ୍ତାନ ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା।

ସେହି ଦିନ ରାତିରେ, ପ୍ରତ୍ୟୁତ୍ତରରେ ଭାରତ ପାକିସ୍ତାନ ଉପରେ ପାଲଟା ଆକ୍ରମଣ କରି ଏହାର ଜବାବ ଦେଇଥିଲା। ପରଦିନ ପ୍ରଧାନ ମନ୍ତ୍ରୀ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରା ଯାଇଥିଲା।

4/5 ଡିସେମ୍ବର 1971 ରାତିରେ କରାଚିର ଏକ ବନ୍ଦର ଉପରେ ଭାରତୀୟ ନୌସେନା ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ପାକିସ୍ତାନୀ ନୌବାହିନୀ ଭାରତର ଏକ ଜାହାଜ ଉପରେ ଆକ୍ରମଣ କରି ଜାହାଜକୁ ପାଣିରେ ବୁଡ଼େଇ ଦେଇଥିଲେ।

8/9 ଡିସେମ୍ବର 1971 ରାତିରେ କରାଚିର ଆଉ ଏକ ବନ୍ଦର ଉପରେ ଭାରତୀୟ ସେନା ଆକ୍ରମଣ କରିଥିଲେ। ଏହି ଯୁଦ୍ଧରେ ଭାରତ ଆଉ ପାକିସ୍ତାନ ଉଭୟର ବହୁତ କ୍ଷୟ କ୍ଷତି ହୋଇ ଥିଲା। କିନ୍ତୁ ପାକିସ୍ତାନ ବହୁତ କ୍ଷୟ କ୍ଷତି ସହିବାକୁ ପଡିଥିଲା।

ଡିସେମ୍ବର 16, 1971 ରେ, ପ୍ରାୟ 93,000 ପାକିସ୍ତାନୀ ସୈନିକଙ୍କ ଆତ୍ମସମର୍ପଣ ପରେ ଏହି ଯୁଦ୍ଧର ସମାପ୍ତି ହୋଇଥିଲା। ଏହି ଯୁଦ୍ଧର ସମାପ୍ତି ସହିତ ବାଂଲାଦେଶ ନାମରେ ଏକ ନୂତନ ଦେଶର ନିର୍ମାଣ ହୋଇଥିଲା।

ପ୍ରତିବର୍ଷ ଡିସେମ୍ବର 16 କୁ ବାଂଲାଦେଶରେ ବିଜୟ ଦିବସ ଭାବରେ ପାଳନ କରାଯାଏ। 1971 ରେ ପାକିସ୍ତାନ ଉପରେ ହୋଇଥିବା ବିଜୟକୁ ସ୍ମରଣ କରିବା ପାଇଁ ଭାରତ ବିଜୟ ଦିବସ ରୂପେ ପାଳନ କରାଯାଏ।

Vijay Diwas ବିଷୟରେ କିଛି ରୋଚକ ତଥ୍ୟ

ଡିସେମ୍ବର 3, 1971 ରେ, ପାକିସ୍ତାନ ପ୍ରାୟ 11 ଟି ଭାରତୀୟ ଏୟାରଫିଲ୍ଡ ଉପରେ ଆକ୍ରମଣ କରିଥିଲା ​​ଯାହା ଦ୍ୱାରା ଭାରତ-ପାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା।

ବାଙ୍ଗଲାଦେଶ ହେଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସୃଷ୍ଟି ହୋଇଥିବା ପ୍ରଥମ ଦେଶ।

1971 ଭାରତ ଏବଂ ପାକିସ୍ଥାନ ଯୁଦ୍ଧ ସମୟରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ।

ପାକିସ୍ତାନୀ ସେନା କମାଣ୍ଡର ଲେଫ୍ଟ ଜେନେରାଲ ଅମୀର ଅବଦୁଲ୍ଲା ଖାନ ନିଆଜୀ ପ୍ରାୟ 93,000 ପାକିସ୍ତାନୀ ସୈନିକଙ୍କୁ ଭାରତୀୟ ସେନା କମାଣ୍ଡର ଜଗଜିତ୍ ସିଂ ଆରୋରାଙ୍କ ନିକଟରେ ସମର୍ପଣ କରିଥିଲେ, ଯାହା ମଧ୍ୟ ଭାରତର ସହଯୋଗୀ ବାହିନୀର ଅଗ୍ରଣୀ ଭାବରେ ବିବେଚନା କରାଯାଏ।

ଭାରତୀୟ ବାୟୁସେନା ଗୋଟିଏ ଦିନରେ 500 ରୁ ଅଧିକ ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ​​ଯାହାକି ଦ୍ୱିତୀୟ ବିଶ୍ୱଯୁଦ୍ଧ ଅପେକ୍ଷା ଅଧିକ ବୋଲି ବିଶ୍ୱାସ କରାଯାଏ।

ଭାରତୀୟ ବାୟୁସେନା ଜେଟଗୁଡିକ PAF ଏୟାରଫିଲ୍ଡ ଉପରେ ବୋମା ପକାଇଥିଲା ଯାହା ପାକିସ୍ତାନକୁ ଏୟାରଫିଲ୍ଡ ଦ୍ୱାରା ଆକ୍ରମଣ କରିବାକୁ ଅକ୍ଷମ କରିଥିଲା।

Thanks for reading “Vijay Diwas (16th December)”. If you liked this article share it with your social media. Follow our Instagram Page to stay updated.

Recommended Articles:

Leave a Reply

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍

Work from Home

Know about Blogging

Hindi Blog

Follow us

Subscribe କରନ୍ତୁ

%d bloggers like this: