Mahendra Singh Dhoni Motivational Quotes in Odia

Mahendra Singh Dhoni Quotes in Odia: ଆମେ କାହିଁକି Mahendra Singh Dhoni Quotes ପଢ଼ିବା? ଧୋନିଙ୍କ କାହାଣୀ ଏକ ସାଧାରଣ କାହାଣୀ ନୁହେଁ। ଏହା ଏକ କାହାଣୀ ଯାହା ଏକ ଛୋଟ ସହରରେ ଆରମ୍ଭ ହୋଇଥିଲା ଏବଂ ଆଜି ଏହି କାହାଣୀ ଏତେ ବଡ଼ ହୋଇଛି ଯେ କେବଳ ଆମ ଦେଶ ନୁହେଁ ସମଗ୍ର ବିଶ୍ୱ ତାଙ୍କୁ ବିଶ୍ୱ କ୍ରିକେଟ୍ ଇତିହାସର ଜଣେ ଶ୍ରେଷ୍ଠ ଅଧିନାୟକ ଭାବରେ ବିବେଚନା କରୁଛନ୍ତି।

Mahendra Singh Dhoni ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ। ସେ 332 ଟି ମ୍ୟାଚରେ ଭାରତର ଅଧିନାୟକତ୍ୱ କରିଥିଲେ। ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ 2007 ICC T20 World Cup, 2011 ICC World Cup, 2013 ICC Champions trophy ଜିତିଥିଲା। ସେ ଭାରତୀୟ କ୍ରିକେଟ୍ ଏବଂ ବିଶ୍ୱ କ୍ରିକେଟ୍ ର ଏକମାତ୍ର ଅଧିନାୟକ ଯିଏକି ସମସ୍ତ ଆଇସିସି ଟ୍ରଫି ଜିତିଛନ୍ତି। ପଡ଼ିଆରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ, ଶାନ୍ତତା, କୌଶଳ, Finishing shot କେବଳ ପ୍ରଶଂସକଙ୍କ ଦ୍ୱାରା ନୁହେଁ, କ୍ରିକେଟ୍ କିମ୍ବଦନ୍ତୀ ଦ୍ୱାରା ମଧ୍ୟ ପ୍ରଶଂସିତ।

ଆସନ୍ତୁ ଓଡ଼ିଆରେ ମହେନ୍ଦ୍ର ସିଂ ଧୋନିଙ୍କ କୋଟ୍ସ ପଢିବା।

Mahendra Singh Dhoni Quotes in Odia

Mahendra Singh Dhoni Quotes in Odia” ପଢ଼ିବା ପରେ ଆପଣ ତାଙ୍କ ନେତୃତ୍ୱ ବିଷୟରେ ଜାଣି ପାରିବେ।

MS Dhoni Fitness Quotes in Odia

“ସମସ୍ତେ ଜଣେ ଶୀର୍ଷ ଆଥଲେଟ୍ ହେବା ଆବଶ୍ୟକ ନୁହେଁ, କିନ୍ତୁ ସାଧାରଣ ସ୍ତରର ଫିଟନେସ୍ ରହିବା ଆବଶ୍ୟକ।”

“ଆମେ ଖେଳୁଥିବା କ୍ରିକେଟ୍ ପରିମାଣ ବଜାୟ ରଖିବା ପାଇଁ ଫିଟନେସ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।”

“ଫିଟ୍ ରହିବା ବହୁତ ଜରୁରୀ। ଯଦିଓ ତୁମେ ବହୁତ ବୁଦ୍ଧିମାନ ଏବଂ ଅଧ୍ୟୟନରେ ବହୁତ ଭଲ, ଯଦି ତୁମେ ଯଥେଷ୍ଟ ଫିଟ୍ ନୁହଁ, ତୁମେ ତୁମର ଜୀବନକୁ କିପରି ଉପଭୋଗ କରିବ?”

MS Dhoni Humanity Quotes in Odia

“ଆମେ ଭାରତୀୟମାନେ ଅନ୍ୟ ଦେଶ ତୁଳନାରେ ଅଧିକ ଭାବୁକ। ଆମେ ନିଜର ଭାବନାକୁ ଅନୁସରଣ କରୁ।”

“ମଣିଷ ଭାବରେ ଆମେ ଅତି open ଏବଂ ଭାବପ୍ରବଣ ହୋଇପାରିବା କିନ୍ତୁ କିଛି ଜିନିଷରେ ଗୁପ୍ତ ରହିବା ଆବଶ୍ୟକ।”

MS Dhoni Inspiring Quotes in Odia

“ପିଲାମାନଙ୍କୁ ଆଗକୁ ନେବା ପାଇଁ ଆମର ଶିକ୍ଷା ବ୍ୟବସ୍ଥା ଏବଂ ଅଭିଭାବକ ମାନଙ୍କର ଯୋଗଦାନ ବହୁତ ଜରୁରୀ।”

“କ୍ରୀଡା ଆପଣଙ୍କୁ ଜୀବନରେ ବହୁତ କିଛି ଶିଖାଏ, ବିଶେଷ କରି କଷ୍ଟ ସମୟରେ। ଚରିତ୍ରକୁ ଉତ୍ତମ ବନାଏ। ଏହା ଆମକୁ ନିଜକୁ ଉନ୍ନତ ହେବାକୁ ସାହାଯ୍ୟ କରେ।”

“ଆମ ଜୀବନରେ ଶିକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ। ଅଧ୍ୟୟନ ସହିତ କ୍ରୀଡା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।”


Tutorialspoint [CPS] WW

MS Dhoni Life Quotes in Odia

“ଯଦି ତୁମେ ବର୍ଷସାରା ଅଧ୍ୟୟନ କରିଛ ଆଉ ଗୋଟିଏ ଦିନ ଖେଳିବାକୁ ଯାଉଛ ତେବେ କିଛି ଅସୁବିଧା ନାହିଁ | ଯଦି ତୁମେ କେବେ ଅଧ୍ୟୟନ କରିନାହଁ, ଗୋଟିଏ ଦିନ ପଢ଼ିଲେ ବି କିଛି ପରିବର୍ତ୍ତନ ହବ ନାହିଁ।”

“ଯଦି ଆପଣ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି, ତେବେ ଚାକିରି ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚାକିରି ସୁରକ୍ଷା ଏବଂ ନିଜର ସ୍ୱପ୍ନ ମଧ୍ୟରେ ବାଛିବା ଏକ କଷ୍ଟସାଧ୍ୟ ନିଷ୍ପତ୍ତି।”

“ମୁଁ କେବେ ଭାବି ନଥିଲି ଯେ ମୁଁ ଦିନେ ମୋ ଦେଶର ପ୍ରତିନିଧିତ୍ୱ କରିବି। ବର୍ତ୍ତମାନ ମୁଁ ମୋ ଦେଶକୁ ଆଗେଇ ନେଉଛି, ଏହା ଏକ କାହାଣୀ ପରି ଦେଖାଯାଉଛି।”

“ପିଲାଦିନ ହେଉଛି ସେହି ସମୟ ଯାହା ମୂଳତଃ ଜୀବନର ମୂଳଦୁଆ ଅଟେ।”

“ତୁମେ ପିଲାଦିନରେ ଯାହା ଶିଖ, ତାହା ତୁମକୁ ଜୀବନରେ ଆଗକୁ ନେବାକୁ ସାହାଯ୍ୟ କରେ।”

“ଯଦି ଜୀବନରେ ସବୁକିଛି ଠିକ ହୁଅନ୍ତା, ତେବେ ଆମକୁ ଜୀବନର ଆନନ୍ଦ ମିଳିବ ନାହିଁ। ଜୀବନର ଅସ୍ଥିରତା ଆମର ଭାବନାକୁ ପ୍ରଭାବିତ କରେ ଏବଂ ଏହା ଜୀବନକୁ ଅଧିକ ଆକର୍ଷଣୀୟ କରିଥାଏ | ତେଣୁ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ।”

“ଜୀବନ ଜୀଇଁବାର ସମସ୍ତଙ୍କର ଅଲଗା ଅଲଗା ତରିକା ଥାଏ।”

“ଅନ୍ୟ କେହି ଆମକୁ ସନ୍ଦେହ କରିବା ପୂର୍ବରୁ ଆମେ ନିଜ ପ୍ରତିଭା ଉପରେ ସନ୍ଦେହ କରୁ। ନିଜ ଦକ୍ଷତା ଉପରେ ବିଶ୍ୱାସ କରୁ ନାହୁଁ ଏବଂ ଏହା ଦ୍ୱାରା ଆମର ଆତ୍ମବିଶ୍ୱାସ କମ ହୁଏ।”

“ଯେତେବେଳେ ଆମେ ଖରାପ ମାନସିକ ସ୍ଥିତିରେ ଥାଉ, ଆମକୁ ସବୁ କିଛି ନକାରାତ୍ମକ ଲାଗେ। ଭଲ ଜିନିଷ ବି ଖରାପ ଲାଗେ।”

“ଜୀବନକୁ ଉପଭୋଗ କର। କଠିନ ପରିଶ୍ରମ କର, କଠିନ ଅଧ୍ୟୟନ କର, ପିତାମାତାଙ୍କ କଥା ଶୁଣ, ତୁମର ସାନ ଏବଂ ବୟସ୍କମାନଙ୍କୁ ପ୍ରେମ ଏବଂ ସମ୍ମାନ ଦିଅ। ଏହା ହେଉଛି ଜୀବନ।”

“କେବଳ ଆମ କଥାରେ ନୁହେଁ, ଆମ କାମରେ ପରିବର୍ତନ ହେବା ଉଚିତ।”

“ଆମେ ସମସ୍ତେ ଭୁଲ କରିଥାଉ, ଏହା ଆମ ଜୀବନର ଏକ ଅଂଶ। କିନ୍ତୁ ଆମେ ଆମର ଭୁଲକୁ ସୁଧାରିବା ଉଚିତ।”


Valued Opinions [CPL] IN

MS Dhoni Self Help Quotes in Odia

“କୌଣସି ବିଷୟ ଉପରେ ତଥ୍ୟ ଗ୍ରହଣ କରିବା ସହ ନିଜର ବିବେକକୁ ଯେତେ ଅଧିକ ଧ୍ୟାନ ଦେବା, ଆମେ ସେତେ ଅଧିକ ଭଲ ନିଷ୍ପତ୍ତି ନେବା।”

“କୌଣସି କାମ ପାଇଁ ପ୍ରସ୍ତୁତ ରହିବା ଆମ ମସ୍ତିସ୍କକୁ ସବୁ ବେଳେ ଥଣ୍ଡା ରଖେ।”

“ଯଦି ଜୀବନରେ କିଛି ଲକ୍ଷ ନାହିଁ ତେବେ ଆମେ ନିଜକୁ ଆଗକୁ ନେଇପାରିବା ନାହିଁ।”

“ଯଦି ଆପଣ ସଚ୍ଚୋଟ, ତେବେ ଆପଣ ଭଲ ନିଷ୍ପତ୍ତି ନେଇ ପାରିବେ।”

“ଜଣେ ବ୍ୟକ୍ତିଙ୍କୁ ବୁଝିବାକୁ ହେଲେ ତା ସହ ସମୟ ବିତେଇବା ଆବଶ୍ୟକ।”

“ସବୁ ବ୍ୟକ୍ତି ଏକ ପ୍ରକାରର ନୁହେଁ। ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କ ସାଥିରେ ଭିନ୍ନ ଭାବରେ ବ୍ୟବହାର କରିବା ଆବଶ୍ୟକ।”

“ଜଣେ ସଫଳ ଅଧିନାୟକ ହେବାକୁ ହେଲେ ତୁମର ଦଳର ଶକ୍ତି ଏବଂ ଦଳର ଦୁର୍ବଳତାକୁ ଜାଣିବାକୁ ପଡିବ।”

“ନିଜ ଦଳକୁ ସୁଦୃଢ଼ କରିବାକୁ ହେଲେ ଦଳର ପରିବେଶକୁ ବିକାଶ କରିବା ଆବଶ୍ୟକ। ଯେଉଁଠାରେ ସମସ୍ତେ ଅନୁଭବ କରିବେ ଯେ ସେମାନେ ଦଳର ଏକ ଅଂଶ ଅଟନ୍ତି।”

“ଆତ୍ମବିଶ୍ୱାସୀ ହେବା ଜରୁରୀ କିନ୍ତୁ ଅତ୍ୟଧିକ ଆତ୍ମବିଶ୍ୱାସୀ ଠିକ ନୁହେଁ।”

“ଯଦି ଆପଣ ଛୋଟ ବୟସରେ କୌଣସି ଖେଳ ଖେଳୁନାହାଁନ୍ତି, ତେବେ ଆପଣ 30 ବର୍ଷ ବୟସରେ ଖେଳିପାରିବେ ନାହିଁ।”


Opinion World [CPL] IN

Recommended Articles:

Follow our Instagram Page to stay updated.

Leave a Reply

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍

Work from Home

Know about Blogging

Hindi Blog

Follow us

Subscribe କରନ୍ତୁ

%d bloggers like this: