ଘରେ ବସି ରୋଜଗାର Work from Home

ଆପଣମାନେ ଘରେ ବସି ରୋଜଗାର କରିବାର ବହୁତ ଉପାୟ ଶୁଣି ଥିବେ। ଆମ ୱେବ୍ସାଇଟ ଆପଣ ମାନଙ୍କ ପାଇଁ ଏକ ଛୋଟ ରୋଜଗାରର ମାଧ୍ୟମ ଆଣିବାକୁ ଚାହୁଁଛି।

ଆପଣମାନେ ଆମ ବିଷୟରେ About us ପୃଷ୍ଠାରେ ପଢ଼ିଥିବେ। ଯଦି ପଢି ନାହାନ୍ତି ତାହାହେଲେ About us ପୃଷ୍ଠାରେ ପଢନ୍ତୁ।

ଆମର ଲକ୍ଷ୍ୟ କ’ଣ?

ଓଡ଼ିଆ ଜ୍ଞାନ ୱେବ୍ସାଇଟକୁ ଆମେ ଓଡିଶାର No.1 ଜ୍ଞାନ ପ୍ରଦାନକାରୀ ୱେବ୍ସାଇଟ ବନେଇବାକୁ ଯାଉଛୁ। ଏହି ୱେବ୍ସାଇଟରେ ଆମେ ସବୁ ପ୍ରକାର ବିଷୟବସ୍ତୁକୁ ସ୍ଥାନ ଦେବୁ ଯାହାକି ଲୋକମାଙ୍କର ଜ୍ଞାନର ଅଭିବୃଦ୍ଧିରେ ସହାୟକ ହେବ।

ଯେମିତିକି ଆମେ ସମସ୍ତେ ଜାଣିଛେ କି ଆମ ଓଡିଶାରେ ରୋଜଗାରର ସେମିତି କିଛି ଭଲ ମାଧ୍ୟମ ନାହିଁ। ଓଡ଼ିଶାର ବହୁତ ବ୍ୟକ୍ତି ରୋଜଗାର ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଛନ୍ତି।

ବହୁତ ଛାତ୍ର ଟଙ୍କା ଅଭାବରୁ ନିଜ ଶିକ୍ଷା ପୁର୍ଣ କରି ପାରୁନାହାନ୍ତି। ଓଡ଼ିଶାର ବହୁତ ପିଲା ନିଜ ନିଜର ଶିକ୍ଷା ପୁର୍ଣ କଲା ପରେ ଚାକିରୀ ପାଇଁ ଓଡିଶା ବାହାରକୁ ଯାଉଛନ୍ତି। ଭବିଷ୍ୟତ କିଛି ହାସଲ କରିବାର ଇଛାକୁ ପୂରଣ କରିପାରୁନାହାନ୍ତି।

ଆମ ୱେବ୍ସାଇଟ ଓଡ଼ିଆ ଜ୍ଞାନ ଏହି ଭଳି ଏକ ସମସ୍ୟାର ସମାଧାନ ପାଇଁ ଏକ ଛୋଟ ପ୍ରୟାସ କରିବାକୁ ଚାହୁଁଛି। ଏହି ୱେବ୍ସାଇଟ ମାଧ୍ୟମରେ ଆମେ ଜ୍ଞାନର ଆଦାନ ପ୍ରଦାନ ସହ ଏକ ଛୋଟ ରୋଜଗାରର ମାଧ୍ୟମ ଆଣିବାକୁ ଯାଉଛି। ଆପଣ ଘରେ ବସି ରୋଜଗାର କରି ପାରିବେ।

ଆପଣ କ’ଣ କରି ପାରିବେ?

ଆମ ସମାଜରେ ଯେତେ ଲୋକ ଅଛନ୍ତି, ସମସ୍ତଙ୍କ ପାଖରେ ବିଭିନ୍ନ ପ୍ରକାରର ଜ୍ଞାନ ଅଛି। ଉଦାହରଣ ସ୍ଵରୁପ: କାହା ପାଖରେ କ୍ରୀଡା ସମ୍ବନ୍ଧରେ ଭଲ ଜ୍ଞାନ ଥିବ ତ କିଏ ଭଲ ପାଠ ପଢୁଥିବ। କିଏ ରୋଷେଇ ବିଷୟରେ ଭଲ ଜ୍ଞାନ ରଖିଥିବ ତ କିଏ କୃଷି ବିଷୟରେ ଭଲ ଜାଣିଥିବ। କିଏ ଭଲ କବିତା ଲେଖୁଥିବ ତ କାହା ପାଖରେ ଭଲ ଗପ ଲେଖିବାର ପ୍ରତିଭା ଥିବ। କିଏ ଇତିହାସ ସମ୍ବନ୍ଧୀୟ ଜ୍ଞାନ ରଖିଥିବ ତ କିଏ ଭୌଗୋଳିକ ଜ୍ଞାନ ରଖିଥିବ।

ଏମିତି ବହୁତ ବିଷୟବସ୍ତୁ ରହିଛି, ଆଉ ସମସ୍ତଙ୍କ ପାଖରେ ଅଳ୍ପ ବହୁତ ଜ୍ଞାନ ବି ରହିଛି। ଆପଣ ଦେଖନ୍ତୁ ଆପଣ ମାନଙ୍କ ପାଖରେ କି ପ୍ରକାର ଜ୍ଞାନ ରହିଛି। ଯଦି ଆପଣ ମାନଙ୍କ ପାଖରେ କୌଣସି ବିଷୟବସ୍ତୁର ଜ୍ଞାନ ଅଛି, ତାହାହେଲେ ଆପଣମାନେ ନିଜର ଜ୍ଞାନକୁ ଲୋକମାନଙ୍କ ଭିତରେ ବାଣ୍ଟି ପାରିବେ।

ଏହା ଦ୍ୱାରା ଆପଣଙ୍କର ଜ୍ଞାନ ବଢିବା ସହିତ ଏହାକୁ ପଢିବା ଲୋକର ଜ୍ଞାନ ବି ବଢିବ। କ’ଣ ଆପଣମାନେ ନିଜର ଜ୍ଞାନ ବାଣ୍ଟିବାରେ ଇଛୁକ? ଯଦି ଇଛୁକ, ତା ହେଲେ ଆମକୁ ତଳେ ଦିଆଯାଇଥିବା ମାଧ୍ୟମରେ ଯୋଗାଯୋଗ କରନ୍ତୁ।

କେଉଁ ପ୍ରକାରର ବିଷୟବସ୍ତୁ ପଠେଇ ପାରିବେ?

ଉପରେ ଦିଆଯାଇଥିବା ଉଦାହରଣ ଭଳି ଯଦି ଆପଣମାନଙ୍କ ପାଖରେ କିଛି ପ୍ରତିଭା ଅଛି, କି ଆପଣ କୌଣସି ବିଷୟବସ୍ତୁ ଭଲରେ ଜାଣିଛନ୍ତି ତ ଆମକୁ ପଠେଇବେ। ଆପଣଙ୍କର ଭଲ ଚିନ୍ତାଧାରା, ଆପଣଙ୍କର ପ୍ରେରଣାଦାୟୀ ଜୀବନୀ, ଓଡ଼ିଶାର କି ଦେଶ ବିଦେଶର କାହାଣୀ, ଇତିହାସ, ଖବର, କବିତା ବି ପଠେଇ ପାରିବେ। ଛାତ୍ରମାନେ ନିଜର study notes ବି ପଠେଇ ପାରିବେ।

କେଉଁ ଲୋକମାନେ ପଠେଇ ପାରିବେ?

ଏହା ସମସ୍ତଙ୍କ ପାଇଁ ଅଟେ। ଛାତ୍ର, ଗୃହିଣୀ, ବୃଦ୍ଧ, ଚାକିରୀ କରିଥିବା ବ୍ୟକ୍ତି। କୌଣସି ବ୍ୟକ୍ତି କୌଣସି ବି ଜ୍ଞାନ ସମ୍ବନ୍ଧୀୟ ବିଷୟବସ୍ତୁ ପଠେଇ ପାରିବେ। ବିଷୟବସ୍ତୁ ଯାହା ସମସ୍ତଙ୍କୁ ଜ୍ଞାନ ଦେଇପାରିବ, ତାହା ଗ୍ରହଣ କରାଯିବ।

ଆପଣମାନେ କେମିତି ପଇସା ରୋଜଗାର କରିବେ?

ବିଷୟବସ୍ତୁ ଗ୍ରହଣ କଲାବେଳେ କିଛି ନିର୍ଦ୍ଦିଷ୍ଟ ନିୟମ କାନୁନର ଧ୍ୟାନ ରଖାଯିବ। ଯେମିତିକି:

  • ବିଷୟବସ୍ତୁ ଯାହା ଜ୍ଞାନ ପ୍ରଦାନ କରିବ
  • ବିଷୟବସ୍ତୁ ନକଲ ନ ହେଇଥିବା ଦରକାର
  • ବିଷୟବସ୍ତୁ 350 ଶବ୍ଦଠୁ ଅଧିକ ହେଇଥିବା ଦରକାର
  • ବିଷୟବସ୍ତୁର ଶବ୍ଦ ପ୍ରତି ଆପଣଙ୍କୁ 20 ପଇସା (20 paisa) ମିଳିବ
  • ବିଷୟବସ୍ତୁ ପଠେଇବାର 7 ଦିନ ଯାଏ ଅପେକ୍ଷା କରିବାକୁ ପଡିବ। 7 ଦିନ ଭିତରେ ଆମେ ଆପଣଙ୍କର ବିଷୟବସ୍ତୁ ଯାଞ୍ଚ କରିବୁ, ଆପଣଙ୍କର ବିଷୟବସ୍ତୁ ଜ୍ଞାନ ପ୍ରଦାନକାରୀ ହେଇଥିଲେ ଆମେ ତାକୁ ଆମ ୱେବ୍ସାଇଟ ରେ ପ୍ରକାଶ କରିବୁ, ଆପଣଙ୍କୁ ଏହାର ମୂଲ୍ୟ ଦିଆଯିବ।
  • ଆପଣଙ୍କର ବିଷୟବସ୍ତୁ ପ୍ରକାଶ ହେବା ପରେ ଆମେ ଆପଣଙ୍କୁ PhonePe, Google Pay, BHIM, Paytm, Account Transfer, ଯାହା ବି ସୁବିଧା ଆପଣଙ୍କର ଥିବ, ଆମେ ଆପଣଙ୍କୁ ଏହାର ମୂଲ୍ୟ ପଠେଇ ଦବୁ।

କିଛି ସ୍ପଷ୍ଟୀକରଣ ଆପଣଙ୍କ ପାଇଁ

  • ଯଦି ଆପଣ 350 ଶବ୍ଦର ଏକ ବିଷୟବସ୍ତୁ ଦେବେ, ତା ହେଲେ ଆପଣ 350×20 paisa=70 ଟଙ୍କା ପାଇବେ। ଯଦି ଆପଣ 1000 ଶବ୍ଦର ଏକ ବିଷୟବସ୍ତୁ ଦେବେ, ତା ହେଲେ ଆପଣ 1000×20 paisa=200 ଟଙ୍କା ପାଇବେ।
  • ଆପଣ ମାନଙ୍କୁ payment ପାଇଁ PhonePe, Google Pay, BHIM, Paytm ଇତ୍ୟାଦି ର Mobile number କିମ୍ବା PayPal ବ୍ୟବହାର କରୁଥିଲେ PayPal E-mail ID ଦେବାକୁ ପଡିବ, କିମ୍ବା ଆପଣଙ୍କର Account number ଏବଂ IFSC Code ଦେବାକୁ ପଡିବ। ଯାହା ଫଳରେ ଆମେ ଆପଣଙ୍କୁ ଆପଣଙ୍କର payment ପଠେଇ ପାରିବୁ।

ଯଦି ଆପଣଙ୍କର କିଛି ବି ସନ୍ଦେହ ସ୍ପଷ୍ଟ କରିବାର ଆସିଛି ତା ହେଲେ ଆପଣ ଆମକୁ ଯୋଗାଯୋଗ କରି ପାରିବେ। ଯଦି ଆମକୁ କିଛିବି ପରାମର୍ଶ ଦେବାକୁ ଚାହିଁବେ ତା ହେଲେ ଦେଇ ପାରିବେ।

ଆମକୁ କି ଭଳି ଯୋଗାଯୋଗ କରିବେ?

  • ଯଦି E-mail ବ୍ୟବହାର କରୁଛନ୍ତି, ଆମକୁ E-mail କରନ୍ତୁ। E-mail ID – hello@odiagyana.in
  • ଯଦି ଆପଣ Facebook ବ୍ୟବହାର କରୁଛନ୍ତି, ଆମର Facebook page ରେ message କରନ୍ତୁ। Page – Facebook
  • ଯଦି ଆପଣ Instagram ବ୍ୟବହାର କରୁଛନ୍ତି, ଆମ Instagram page କୁ follow କରନ୍ତୁ ଆଉ message କରନ୍ତୁ। Page – Instagram
  • ଯଦି WhatsApp ବ୍ୟବହାର କରୁଛନ୍ତି, ତା ହେଲେ ଆମକୁ ଏହି Mobile number ରେ ଯୋଗାଯୋଗ କରି ପାରିବେ। WhatsApp Numer – +919583794794
  • ଯଦି ଆପଣ Telegram ବ୍ୟବହାର କରୁଛନ୍ତି, ଆମ Telegram channel କୁ subscribe କରନ୍ତୁ।

କିଛିବି ସନ୍ଦେହ ଅଛି? ଆମକୁ ଉପରେ ଦିଆଯାଇଥିବା ମାଧ୍ୟମରେ ସମ୍ପର୍କ କରନ୍ତୁ।

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍

Work from Home

Know about Blogging

Hindi Blog

Follow us

Subscribe କରନ୍ତୁ

%d bloggers like this: